ଆସାମର ୬ଟି ସମ୍ପଦ୍ରୟାକୁ ମିଳିଲା ଅନୁସୂଚିତ ଜନଜାତି ମାନ୍ୟତା

0

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ବୁଧବାର ଆସାମର ୬ଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍‍ଟି) ମାନ୍ୟତା ପ୍ରଦାନ କରିଛି। ଏହି ୬ଟି ସମ୍ପ୍ରଦାୟ ହେଲେ ତାଇ ଆହୋମ, କୋଚ୍‍ ରାଜବୋଙ୍ଗାଶି, ଚୁଟିଆ, ଟି ଆଦିବାସୀ, ମୋରାନ ଏବଂ ମାତାକ। ମଙ୍ଗଳବାର ଲୋକସଭାରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହେବା ପରେ କେନ୍ଦ୍ର କ୍ୟାବିନେଟ ଆସାମର ୬ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ଦେବାକୁ ପଦକ୍ଷେପ ନେଇଥିଲା। ସଂସଦର ଆଗାମୀ ଅଧିବେଶନରେ ଏହା ଆଗତ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଏହାସହ ରାଜନାଥ ସିଂ କହିଛନ୍ତି ଯେ ଆସାମରେ ବର୍ତ୍ତମାନ ଆଦିବାସୀଙ୍କ ଅଧିକାର, ସୁବିଧା ଓ ସ୍ୱାର୍ଥକୁ ସୁରକ୍ଷା ଦିଆଯିବ। ଆସାମର ବୋଡୋ କାଚାରିସ୍‍ ଜିଲାର ଏହି ୬ ସମ୍ପ୍ରଦାୟର ଲୋକଙ୍କୁ ଅନୁସୂଚିତ ମାନ୍ୟତା ଦେବା ପାଇଁ ଏକ ସ୍ୱତନ୍ତ୍ର ବିଧେୟକ ଅଣାଯିବ।

Leave A Reply