ଉତ୍ତର-ପୂର୍ବାଂଚଳ ଶକ୍ତି ବିକାଶ ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନକୁ କ୍ୟାବିନେଟର ଅନୁମୋଦନ

ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି କେନ୍ଦ୍ର କ୍ୟାବିନେଟ ଦେଶର ଉତ୍ତର-ପୂର୍ବାଂଚଳ କ୍ଷେତ୍ରରେ ଶକ୍ତି ବିକାଶ ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନ (Revised Cost Estimate)କୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆନ୍ତଃ ରାଜ୍ୟ ଶକ୍ତି ସରବରାହ ଏବଂ ବଣ୍ଟନ ପ୍ରଣାଳୀକୁ ମଜବୁତ କରିବା ଉଦ୍ଦେଶ୍ୟରେ ୬ ହଜାର ୭ ଶହ କୋଟି ଟଙ୍କାର ସଂଶୋଧିତ ମୂଲ୍ୟ ଆକଳନକୁ ଅନୁମୋଦନ କରାଯାଇଛି।

ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାୱାର ଗ୍ରୀଡ଼ ମାଧ୍ୟମରେ ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଏବଂ ତ୍ରିପୁରାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ୨୦୨୧ ଡିସେମ୍ବର ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ଷମ ହେବା ପରେ ଏହି ପ୍ରକଳ୍ପ ସମ୍ପୃକ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଦ୍ୱାରା ପରିଚାଳିତ ହେବ। ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ତର ପୂର୍ବ ଅଞ୍ଚଳର ଅର୍ଥନୈତିକ ବିକାଶ ତଥା ଉତ୍ତର ପୂର୍ବ ଅଞ୍ଚଳରେ ଆନ୍ତଃ ରାଜ୍ୟ ସରବରାହ ଏବଂ ବିତରଣ ଭିତ୍ତିଭୂମିକୁ ମଜବୁତ କରିବା।

ଏହି ଯୋଜନାର କାର୍ଯ୍ୟାନ୍ୱୟନ ଦ୍ୱାରା ଏକ ନିର୍ଭରଯୋଗ୍ୟ ପାୱାର୍ ଗ୍ରୀଡ୍ ସୃଷ୍ଟି କରାଯାଇପାରିବ ଯାହା ଫଳରେ ଏହାର ଲାଭ ଉତ୍ତର ପୂର୍ବାଞ୍ଚଳର ସମସ୍ତ ହିତାଧିକାରୀ ପାଇଁ ପାରିବେ। ଏହି ଗ୍ରୀଡ଼ ନିର୍ମାଣ ସମୟରେ ବହୁ ସଂଖ୍ୟକ ସ୍ଥାନୀୟ ନିଯୁକ୍ତି ହେଉଥିବାରୁ ଉତ୍ତର-ପୂର୍ବାଞ୍ଚଳର କୁଶଳୀ ଏବଂ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିଛି।

ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ କେନ୍ଦ୍ରୀୟ ଯୋଜନା ଭାବରେ ୨୦୧୪ରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ବିଶ୍ୱ ବ୍ୟାଙ୍କ ଏବଂ କେନ୍ଦ୍ର ସରକାର ସମ ପରିମାଣର ଅର୍ଥ ଯୋଗାଇ ଦେଉଛନ୍ତି। ଏହା ବ୍ୟତୀତ ଦକ୍ଷତା ବିକାଶ ଉପାଦାନ ପାଇଁ କେନ୍ଦ୍ର ସରକାର ୮୯ କୋଟି ଟଙ୍କା ଯୋଗାଇ ଦେଉଛନ୍ତି।

Comments are closed.