କ୍ୟାବିନେଟର ଅନୁମୋଦନ ପାଇଲା ପାରମ୍ପରିକ ଔଷଧୀୟ ବୁଝାମଣା

ନୂଆଦିଲ୍ଲୀ: ପାରମ୍ପରିକ ଔଷଧୀୟ ପ୍ରଣାଳୀ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସ ମଧ୍ୟରେ ପୂର୍ବରୁ ପ୍ରସ୍ତାବିତ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ନିଷ୍ପତ୍ତି ଫଳରେ ପାରମ୍ପରିକ ଔଷଧୀୟ ପ୍ରଣାଳୀର ପ୍ରସାର ପାଇଁ ଭାରତ ଓ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ ଏବଂ ପାରମ୍ପରିକ ଔଷଧୀୟ ପ୍ରକ୍ରିୟାର ପ୍ରଚାର ଓ ପ୍ରସାର ହୋଇପାରିବ। ବୁଝାମଣା ଅନୁଯାୟୀ ସେଣ୍ଟ ଭିନସେଣ୍ଟ ଏବଂ ଗ୍ରେନେଡାଇନ୍ସରେ ଆୟୁଷ ଔଷଧ ପ୍ରଣାଳୀର ଗୁରୁତ୍ୱ ବୃଦ୍ଧି ପାଇବ। ବୁଝାମଣାର ଫଳସ୍ୱରୂପ ଅଭ୍ୟାସକାରୀ ଓ ବୈଜ୍ଞାନିକମାନଙ୍କ ପ୍ରଶିକ୍ଷଣ ପାଇଁ ପାରମ୍ପରିକ ଔଷଧୀୟ ପ୍ରଣାଳୀ ଉପରେ ମିଳିତ ଭାବେ ଗବେଷଣା କରୁଥିବା ବିଶେଷଜ୍ଞମାନଙ୍କ ଆଦାନ ପ୍ରଦାନ ତଥା ଔଷଧ କ୍ଷେତ୍ର ଏବଂ ପାରମ୍ପରିକ ଔଷଧର ଅଭ୍ୟାସ କ୍ଷେତ୍ରରେ ଅଭିନବତା ଆସିପାରିବ।

Comments are closed.