ଭାରତ – ଆମେରିକା ସହଯୋଗ ପ୍ରସ୍ତାବକୁ କ୍ୟାବିନେଟ ସ୍ୱୀକୃତି

ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସହଯୋଗ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ସହଯୋଗ ପ୍ରସ୍ତାବ ଫଳରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ଦେଶର ସାମର୍ଥ୍ୟ ବୃଦ୍ଧି ହେବା ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇବ। ଗୁଣାତ୍ମକ ଓ ଉଚ୍ଚ ପ୍ରଭାବ ସମ୍ପନ୍ନ ଗବେଷଣା ଏବଂ ଅଭିନବ ଭାଗିଦାରୀତା ପାଇଁ ଉଭୟ ଦେଶ ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ।

ଅନ୍ୟ ପକ୍ଷରେ ଏହି ସହଯୋଗ ପ୍ରସ୍ତାବ ଉଭୟ ଦେଶ ମଧ୍ୟରେ ବୈଜ୍ଞାନିକ ଓ ବୈଷୟିକ ସୂଚନା ଆଦାନପ୍ରଦାନ ସହ ପ୍ରଶିକ୍ଷଣ, ଗବେଷଣା ପ୍ରକଳ୍ପର ପରିଚାଳନା, ଆଧୁନିକ ଗବେଷଣା ସୁବିଧାର ବ୍ୟବହାର ସହଜ ହୋଇ ପାରିବ।

Comments are closed.