କ୍ୟାବିନେଟରେ ନୂଆ ଟେଲିକମ ନୀତିକୁ ସବୁଜ ସଙ୍କେତ

0

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୁଧବାର ନୂଆ ଟେଲିକମ୍‍ ନୀତିକୁ ମଞ୍ଜୁର କରିଛି। ନ୍ୟାସନାଲ ଡିଜିଟାଲ କମ୍ୟୁନିକେସନ ପଲିସି (ଏନଡିପିସି)୨୦୧୮ ନାମରେ ଏହି ନୂଆ ନୀତି ନାମିତ ହୋଇଛି। ଏହି ନୀତି ମାଧ୍ୟମରେ ୨୦୨୨ସୁଦ୍ଧା ଭାରତୀୟ ଟେଲିକମ୍‍ ବ୍ୟବସ୍ଥାରେ ୧୦୦ବିଲିୟନ ଡଲାର ପୁଞ୍ଜି ବିନିଯୋଗ ଓ ୪ମିଲିୟନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି।
ଏନଡିପିସି ଡ୍ରାଫ୍ଟ ମୁଖ୍ୟତଃ ଦ୍ରୁତ ଇଣ୍ଟରନେଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଓ ୫ଜିକୁ ସମଗ୍ର ଦେଶରେ ଅପଟିକାଲ ଫାଇଭର ଦ୍ୱାରା ପ୍ରସାର କରିବା ଉପରେ ଗୁରୁତ୍ୱଆରୋପ କରିଛି। ଏହି ପଲିସି ଦେଶର ଯେକୌଣସି କୋଣରେ ଯେକୌଣସି ଗ୍ରାହକଙ୍କୁ ସର୍ବନିମ୍ନ ୫୦ମେଗାବାଇଯ୍‍ ପ୍ରତି ସେକେଣ୍ଡରେ ଯୋଗାଇ ଦେବା କ୍ଷେତ୍ରରେ କାର୍ଯ୍ୟ କରିବ। ଏହା ଦ୍ୱାରା ଦେଶରେ ୪୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ନୀତି ଦ୍ୱାରା ସ୍ପ୍ରେକଟମ ଆବଣ୍ଟନର ମୂଲ୍ୟ ନିର୍ଦ୍ଧାରଣ ଓ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରାଯିବ। ବର୍ତ୍ତମାନ ଭାରତୀୟ ଟେଲିକମ କ୍ଷେତ୍ରରେ ୭.୮ଲକ୍ଷ କୋଟି ଟଙ୍କା ବୁଡ଼ି ରହିଥିବାବେଳେ ନୂଆ ନୀତି ଏଥିରେ ସୁଧାର ଆଣିବାର ସମ୍ଭାବନା ରହିଛି ବୋଲି ଆଶା କରାଯାଉଛି।

Leave A Reply