ଭାରତ – କୁଏତ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ଆକାଉଣ୍ଟିଂ, ଫାଇନାନ୍ସ ଓ ଅଡିଟ କ୍ଷେତ୍ରରେ ଭାରତ ଓ କୁଏତ ମଧ୍ୟରେ ବୁଝାମଣାପତ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଏହି ବୁଝାମଣା ଅନୁଯାୟୀ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ କୁଏତ ଆକାଉଣ୍ଟାଣ୍ଟ୍ସ ଆଣ୍ଡ ଅଡିଟର୍ସ ଆସୋସିଏସନ (କେଏଏଏ) ଉଭୟ ସଂଗଠନର ସଦସ୍ୟମାନଙ୍କ ଲାଭ ଏବଂ ସେମାନଙ୍କ ପେସାଗତ ଦକ୍ଷତା ବିକାଶ ଲାଗି କୁଏତରେ ବୈଷୟିକ କାର୍ୟ୍ୟକ୍ରମ, ଆଲୋଚନାଚକ୍ର ଏବଂ ସମ୍ମିଳନୀ ଆୟୋଜନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ସହ ଉଭୟ ପକ୍ଷ ସହମତି ଆଧାରରେ ବ୍ୟୟ ଭାର ବହନ କରିବେ।

କର୍ପୋରେଟ ପ୍ରଶାସନ, ବୈଷୟିକ ଗବେଷଣା ଏବଂ ପରାମର୍ଶ, ଗୁଣବତ୍ତା ମାନକ, ଫୋରେନସିକ ଆକାଉଣ୍ଟିଂ, ଇସଲାମିକ ଫାଇନାନ୍ସ, ନିରନ୍ତର ପେସାଗତ ବିକାଶ ଏବଂ ଆପୋସ ସ୍ୱାର୍ଥ ଜଡ଼ିତ ଅନ୍ୟ ପ୍ରସଙ୍ଗ ଦିଗରେ ସମ୍ଭାବ୍ୟ ସହଯୋଗ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଉଭୟ ପକ୍ଷ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରିବେ।

Comments are closed.