ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର ଭାରତ- ନାଇଜେରିଆ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ବାହ୍ୟ ମହାକାଶର ବ୍ୟବହାର ଓ ଗବେଷଣା ସଂକ୍ରାନ୍ତରେ ଭାରତ-ନାଇଜେରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାକୁ ଅନୁମୋଦନ କରିଛି। ଏହି ବୁଝାମଣା ଚଳିତ ବର୍ଷ ଜୁନ ମାସରେ ନାଇଜେରିଆର ଆବୁଜାଠାରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଜାତୀୟ ଅନ୍ତରୀକ୍ଷ ଗବେଷଣା ଓ ବିକାଶ ସଂସ୍ଥା ମଧ୍ୟରେ ଅଗଷ୍ଟ ୧୩ରେ ସ୍ଵାକ୍ଷରିତ ହୋଇଥିଲା।

ଏହି ବୁଝାମଣାପତ୍ର ଅନୁମୋଦନ ପାଇବା ପରେ ପୃଥିବୀର ଦୂରସମ୍ବେଦୀ, ଉପଗ୍ରହ ଯୋଗାଯୋଗ ଏବଂ ଉପଗ୍ରହ ଭିତ୍ତିକ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଓ ଗ୍ରହ ନକ୍ଷତ୍ର ସମ୍ପର୍କରେ ଗବେଷଣା, ମହାକାଶଯାନର ବ୍ୟବହାର ଓ ଉତକ୍ଷେପଣ ଓ ମହାକାଶ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ଆବଶ୍ୟକୀୟ ବିଶ୍ଳେଷଣ ଓ ଦୁଇ ଦେଶର ସହମତିରେ ନିଷ୍ପତ୍ତି ହେଉଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇପାରିବ। ଏଥିପାଇଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ଯେଉଁଥିରେ ଭାରତର ଇସ୍ରୋ ଏବଂ ଏନଏଏସଆରଡିଏ ଏବଂ ମହାକାଶ ବିଭାଗର ଅଧିକାରୀମାନେ ସଦସ୍ୟ ରହିବେ। ଏହି ଗୋଷ୍ଠୀ ସମୟଭିତ୍ତିକ କରିବାକୁ ନିଷ୍ପତ୍ତି ଗ୍ରହଣ କରିବେ।

ନାଇଜେରିଆ ସରକାରଙ୍କ ସହ ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହେବା ଫଳରେ ଉଭୟ ଦେଶ ମହାକାଶ ବୈଷୟିକ ଜ୍ଞାନର ପ୍ରୟୋଗାତ୍ମକ ଦିଗ ଉପରେ ଯେଉଁ ଗବେଷଣା କରିବେ ତାହା ସମଗ୍ର ମାନବ ଜାତିର ହିତରେ ଆସିବ। ଏହାଦ୍ଵାରା ଦେଶର ସବୁ ଅଞ୍ଚଳ ଓ ବର୍ଗର ଲୋକ ଉପକୃତ ହେବେ। ନାଇଜେରିଆସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ପଦକ୍ଷେପ ଫଳରେ ଉଭୟ ଦେଶର କୂଟନୈତିକ ଆଲୋଚନା ପରେ ଏହାର ଚୁଡାନ୍ତ ଚିଠା ପ୍ରସ୍ତୁତ ହୋଇଥିଲା। ମାତ୍ର କୋଭିଡ ମହାମାରୀ ଯୋଗୁଁ ବୁଝାମଣାପତ୍ର ସ୍ଵାକ୍ଷରିତ ପ୍ରକ୍ରିୟା ବିଳମ୍ଭିତ ହୋଇଥିଲା।

Comments are closed.