କେନ୍ଦ୍ର କ୍ୟାବିନେଟ ବୈଠକ : ନୀଳାଚନ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ବତ୍ତି ନିଆଯାଇଛି।
ନୀଳାଚନ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ବାରା ନୀଳାଚନ ଇସ୍ପାତର ରୂପ ବଦଳିବ ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଏନଆଇଏନଏଲ,ଏମଏମଟିସି, ବିଏଚଇଏଲ, ଏନଏମଡିସି ସମେତ ୬ଟି ରାଷ୍ଟ୍ରାୟତ ଉଦ୍ୟୋଗର ଅଂଶଧନ ବିକ୍ରୀ ହେବା ନେଇ ବୈଠକରେ ନିଷ୍ପତି ନିଆଯାଇଛି ।
ଆଜିର କ୍ୟାବିନେଟ ବୈଠକରେ ମୁଖ୍ୟତଃ ପୂର୍ବୋତ୍ତର ରାଜ୍ୟମାନଙ୍କର ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି। ପୂର୍ବୋତ୍ତର ୮ରାଜ୍ୟରେ ଗ୍ୟାସ ଗ୍ରିଡ ସ୍ଥାପନ କରିବା ସହ ଭାରତୀୟ ରେଳର ଇନ୍ଧନ ପାଇଁ ଇଂଲଣ୍ଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏହା କହିଛନ୍ତି।