କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ

0

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଆଦିବାସୀ ହଷ୍ଟେଲରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ନିଯୁକ୍ତି ପ୍ରସ୍ତାକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରତ୍ୟେକ ହଷ୍ଟେଲରେ ଜଣେ ଜଣେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ନିଯୁକ୍ତ ହେବେ। ଟିଡିସିସିର ସମସ୍ତ ୩୬ କୋଟି ଋଣ ଅର୍ଥ ସରକାର ପଇଠ କରିବେ ବୋଲି ବୈଠକରେ ସ୍ଥିର ହୋଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଜିଓଲୋଜିଷ୍ଟ କ୍ୟାଡର ପୁନର୍ଗଠନକୁ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି। ସେହିପରି  ଓଡ଼ିଶା ୱେଲଫେୟାର ସର୍ଭିସ କ୍ୟାଡର ପୁନର୍ଗଠନକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

 

Leave A Reply