ଗୋଟା କୋବି ମସଲା

0

ଆବଶ୍ୟକ ସାମଗ୍ରୀ
ବନ୍ଧା କୋବି – ୧ଟି
ତେଲ – ଆବଶ୍ୟକ ଅନୁଯାୟୀ
ବଟା – ଅଦା, ପିଆଜ, ରସୁଣ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଗୋଟା ଜିରା
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଟା ମସଲା – ଲବଙ୍ଗ – ୧୦ ରୁ ୧୪ଟି
ଗୁଜୁରାତି – ୩ଟି
ଡ଼ାଲଚିନି – ୩ଟି
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କୋବିଟିକୁ ଭଲ ଭାବେ ଧୋଇଦିଅନ୍ତୁ। କୋବିର ଚାରି ପଟେ ଲବଙ୍ଗକୁ ଗୋଟି ଗୋଟି କରି ଲଗାଇ ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ। ଅଳ୍ପ ପାଣି ଦେଇ ଏଥିରେ ହଳଦୀ ଗୁଣ୍ଡ ଅଳ୍ପ ଲୁଣ ପକାଇ ଗୋଟା କୋବିକୁ କୁକର ଭିତରେ ରଖନ୍ତୁ ଓ ୨ରୁ ୩ଟି ସିଟି ଦିଅନ୍ତୁ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଏଥିରେ ଗୋଟା ଜିରା, ପିଆଜ, ଅଦା, ରସୁଣ, ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ଭଲ ଭାବେ କଷନ୍ତୁ । କଷି ହେବା ପରେ ଏଥିରେ ସିଝା ହୋଇଥିବା କୋବିକୁ ଚାରି ଫାଳ କରି ପକାନ୍ତୁ। ଏହା ପରେ ଗୋଟା ମସଲାରେ ଗୁଜୁରାତି,ଡ଼ାଲଚିନି,ଲବଙ୍ଗକୁ ଛେଚି ପକାନ୍ତୁ ଓ ସାମାନ୍ୟ ପାଣି ଦିଅନ୍ତୁ। ୨ ମିନିଟ ପରେ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗୋଟା କୋବି ମସଲା।

Leave A Reply