ସଂଶୋଧିତ ନାଗରିକତା ଆଇନ ବିରୋଧରେ ପ୍ରଦର୍ଶନ ଜାରି – ୧୩ ମେଟ୍ରୋ ଷ୍ଟେସନ ବନ୍ଦ, ଧାରା ୧୪୪ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀ ସଂତ ଦେଶର ବିଭିନ୍ନ ଅଂଚଳରେ ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି। ନୂଆଦିଲ୍ଲୀରେ ଗୁରୁବାର ସକାଳୁ ବିକ୍ଷୋଭକାରୀମାନେ ପ୍ଲା-କାର୍ଡ ଧରି ପ୍ରଦର୍ଶନ କରିଥିବା ବେଳେ ରାସ୍ତା ଉପରେ ହଜାର ହଜାର ଲୋକ ସ୍ଲୋଗାନ ଦେଉଛନ୍ତି। ଦିଲ୍ଲୀର ପ୍ରାୟ ୧୩ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ବନ୍ଦ ରଖାଯାଇଛି।

ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଏକ ଟ୍ୱଇଟରେ କୁହାଯାଇଛି, ଲାଲକିଲ୍ଲା, ଜମା ମସଜିଦ, ଚାନ୍ଦନୀ ଚୌକ, ଜାମିଆ ମିଲିଆ ଇସଲାମିଆ, ଯଶଳା ବିହାର, ସାହିନ ବାଗ, ମୁନରିକା, ପଟେଲ ଚୌକ, ଲୋକ କଲ୍ୟାଣ ମାର୍ଗ, ଉଦ୍ୟୋଗ ଭବନ, ଆଇଟିଓ, ପ୍ରଗତି ମୈଦାନ, ଖାନ ମାର୍କେଟ ଏବଂ ବିଶ୍ୱବିଦ୍ୟାଳୟ ମେଟ୍ରୋ ଟ୍ରେନର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରା ବନ୍ଦ ରହିଛି ଓ ସେହି ସବୁ ରହଣି ସ୍ଥାନରେ ମେଟ୍ରୋ ଟ୍ରେନ ରହିବ ନାହିଁ। କେନ୍ଦ୍ରୀୟ ସଚିବାଳୟ ଷ୍ଟେସନ ମଧ୍ୟ ବନ୍ଦ ରହିଛି କିନ୍ତୁ ସେହି ସବୁ ଷ୍ଟେସନରୁ ଅନ୍ୟ ମେଟ୍ରୋ ଟ୍ରେନରେ ଯାତ୍ରା କରିବା ବ୍ୟବସ୍ତା ରହିଛି।

ଅନ୍ୟ ପକ୍ଷରେ ଅଧିକ ଗଣ୍ଡଗୋଳ ଆଶଙ୍କାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ଲାଲକିଲ୍ଲା ଅଂଚଳରେ ଏବଂ ଦିଲ୍ଲୀ ଉତ୍ତରପୂର୍ବ ଅଂଚଳର କିଛି ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ଲାଲକିଲା ଏବଂ ମଣ୍ଡି ଅଂଚଳରେ କୌଣସି ପ୍ରଦର୍ଶନ କରିବା ପାଇଁ ଅନୁମତି ଦିଆଯାଇ ନାହିଁ।

Comments are closed.