ସିଏଏକୁ ବିରୋଧ କରୁଥିବା ମାଡ୍ରାସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମର୍ଥନ କଲେ କମଲ ହାସନ

ନୂଆଦିଲ୍ଲୀ : ତେମିଲ ସୁପରଷ୍ଟାରର ତଥା ରାଜନେତା କମଲ ହାସନ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ମାଡ୍ରାସ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିଛନ୍ତି। ସେ ବୁଧବାର ମାଡ୍ରାସ ବିଶ୍ବବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ କରିଥିଲେ। ତାଙ୍କୁ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକରେ ପୁଲିସ କର୍ମଚାରୀମାନେ ପ୍ରବେଶ କରିବାକୁ ଦେଇନଥିଲେ। ତେବେ ହାସନ ପଛପଟ ଫାଟକ‌ରେ ଯାଇ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କୁ ସମର୍ଥନ କରିଥିଲେ।

Comments are closed.