ସିଏଏକୁ ସ୍ବାଗତ କଲା ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟ

ଢାକା : ସଂଶୋଧିତ ନାଗରିକତା ଆଇନ(ସିଏଏ)କୁ ବାଂଲାଦେଶର ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ବ୍ୟକ୍ତି ଓ ସଙ୍ଗଠନ ମାନବତାବାଦୀ ଭାବେ ବର୍ଣ୍ଣନା କରିଛନ୍ତି । ଏହି ଗୋଷ୍ଠୀ ପକ୍ଷରୁ କୁହାଯାଇଛି, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଭାରତକୁ ପଳାଇ ଆସିଥିବା ଓ ନିଜ ନିଜର ଅଧିକାର ହାସଲ କରିପାରୁ ନ ଥିବା ଲକ୍ଷ ଲକ୍ଷ ଅଣମୁସଲ୍‍ମାନ ମାନଙ୍କ ଆଶା ଆକାଂକ୍ଷାକୁ ଏହି ଆଇନ ମାଧ୍ୟମରେ ଭାରତ ଆଂଶିକ ଭାବେ ପୂରଣ କରିବାରେ ସଫଳ ହୋଇଛି।

୧୨ଟି ଦେଶରେ ବସବାସ କରୁଥିବା ହିନ୍ଦୁ ଏବଂ ଅନ୍ୟାନ୍ୟ ଧର୍ମ ତଥା ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଏବଂ ସଙ୍ଗଠନ ପକ୍ଷରୁ ବହୁ ବିଶିଷ୍ଟ ବ୍ୟକ୍ତି ଏହି ବିବୃତ୍ତିରେ ସ୍ୱାକ୍ଷର କରିଛନ୍ତି । ସେମାନେ ସମସ୍ତେ ଭାରତର ସଂସଦ ଦ୍ୱାରା ଅନୁମୋଦିତ ଏହି ଆଇନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

Comments are closed.