ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍‌ର ଆକ୍ରମଣ ଜାଲ୍ଲିଆନୱାଲା ବାଗ ସହ ସମାନ : ଉଦ୍ଧବ ଠାକରେ

ମୁମ୍ବଇ : ନାଗରିକତା ସଂଶୋଧନ ଆଇନ(ସିଏଏ) ଭାରତରେ ଲାଗୁ ହେବା ପରଠାରୁ ଦେଶରେ ହିଂସା ଲାଗି ରହିଛି। ଏହାକୁ ନେଇ ବିରୋଧିଦଳମାନେ ସରକାରଙ୍କୁ ଘେରିଛନ୍ତି। ଗତ ରବିବାର ଏହାକୁ ବିରୋଧ କରି ଜାମିଆ ଓ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଯାହା ତୀବ୍ର ହିଂସାର ରୂପ ନେବା ପରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଆକ୍ରମଣ କରିଥିଲା। ଏହାକୁ ନେଇ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଏଭଳି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଜାଲ୍ଲିଆନୱାଲା ବାଗ ନରସଂହାର ସହ ତୁଳନା କରିଛନ୍ତି।
ସେ କହିଛନ୍ତି, “ବର୍ତ୍ତମାନ ଦେଶରେ ଏମିତି ଏକ ସ୍ଥିତି ସୃଷ୍ଟି ହୋଇଛି ଯେଉଁଠାରେ ପୁଲିସ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରି ଶିକ୍ଷାର୍ଥୀଙ୍କ ଉପରେ ଗୁଳି ଚଳାଉଛି। ଏହି ଘଟଣା ଦେଖିବା ପରେ ମୋର ଜାଲ୍ଲିଆନୱାଲା ହତ୍ୟାକାଣ୍ଡ କଥା ମନେ ପଡ଼ି ଯାଉଛି।

Comments are closed.