ଶିକ୍ଷାର୍ଥୀଙ୍କ ଉପରେ ପୁଲିସ ଆକ୍ରମଣକୁ ଜାଲ୍ଲିଆନୱାଲା ବାଗ ସହ ତୁଳନା କରିବା ସହୀଦଙ୍କୁ ଅପମାନ : ଫଡ୍‌ନଭୀସ

ମୁମ୍ବଇ : ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଆନ୍ଦୋଳନ କରୁଥିବା ଜାମିଆ ଓ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍‌ର ଆକ୍ରମଣକୁ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଜାଲ୍ଲିଆନୱାଲା ବାଗ ନରସଂହାର ସହ ତୁଳନା କରିଥିଲେ। ଏହାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ ଉଦ୍ଧବଙ୍କ ଉପରେ ବର୍ଷିଛନ୍ତି। ସେ ଟ୍ବିଟ କରି କହିଛନ୍ତି, ଶିକ୍ଷାର୍ଥୀଙ୍କ ଉପରେ ପୁଲିସର ଆକ୍ରମଣକୁ ଜାଲ୍ଲିଆନୱାଲା ବାଗ ସହ ତୁଳନା କରିବା ସଦୀଦଙ୍କୁ ଅପମାନ। ତେଣୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏପରି କହି ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହୀଦଙ୍କୁ ଅପମାନ କରିଛନ୍ତି। ଏହିଭଳି ଘଟଣାକୁ ସମର୍ଥନ କରି ଶିବସେନା ନିଜ ସ୍ବାର୍ଥ ପାଇଁ କେତେ ତଳକୁ ଖସି ସାରିଛି ତାହା ପ୍ରମାଣ କରିଛି ବୋଲି ଫଡ୍‌ନଭୀସ କହିଛନ୍ତି।


ଉଲ୍ଲେଖ ଯୋଗ୍ୟ, ଗତ ରବିବାର ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧ କରି ଜାମିଆ ଓ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଯାହା ତୀବ୍ର ହିଂସାର ରୂପ ନେବା ପରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଆକ୍ରମଣ କରିଥିଲା। ଏହାକୁ ନେଇ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଏଭଳି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଜାଲ୍ଲିଆନୱାଲା ବାଗ ନରସଂହାର ସହ ତୁଳନା କରିଥିଲେ।
ସେ କହିଥିଲେ, “ବର୍ତ୍ତମାନ ଦେଶରେ ଏମିତି ଏକ ସ୍ଥିତି ସୃଷ୍ଟି ହୋଇଛି ଯେଉଁଠାରେ ପୁଲିସ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରି ଶିକ୍ଷାର୍ଥୀଙ୍କ ଉପରେ ଗୁଳି ଚଳାଉଛି। ଏହି ଘଟଣା ଦେଖିବା ପରେ ମୋର ଜାଲ୍ଲିଆନୱାଲା ହତ୍ୟାକାଣ୍ଡ କଥା ମନେ ପଡ଼ି ଯାଉଛି।

Comments are closed.