ସିଏଏ, ଏନ୍ପିଆର୍କୁ ବିରୋଧ : ଆଜି ଭାରତ ବନ୍ଦ
ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା

ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର)କୁ ବିରୋଧ କରି ବୁଧବାର (ଜାନୁଆରୀ ୨୯)ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ଭାରତ ମୁକ୍ତି ମୋର୍ଚ୍ଚା, ଭାରତୀୟ ମୁସଲିମ୍ ମୋର୍ଚ୍ଚା ସମେତ ଅନ୍ୟ କିଛି ସଂଗଠନ ଏହାକୁ ସମର୍ଥନ ଜଣାଇଛନ୍ତି। ବନ୍ଦକୁ ସଫଳ କରିବା ଲାଗି ବହୁଜନ କ୍ରାନ୍ତି ମୋର୍ଚ୍ଚା ବିଭିନ୍ନ ସଂଗଠନକୁ ନିବେଦନ କରିଛି।