ସିପି ଜୋଷୀ ରାଜସ୍ଥାନ ବାଚସ୍ପତି ନିର୍ବାଚିତ

0

ଜୟପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିପି ଜୋଷୀ ବୁଧବାର ରାଜସ୍ଥାନ ବିଧାନସଭାର ୧୫ତମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ନାଥଡୱାରାରୁ ବିଧାୟକ ଥିବା ୬୮ବର୍ଷୀୟ ଜୋଷୀ ନିର୍ଦ୍ବନ୍ଦ୍ବରେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଜୋଷୀ ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ସଡକ ପରିବହନ, ଜାତୀୟ ରାଜପଥ ଓ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ। କଂଗ୍ରେସ ବିଧାୟକ ମହେଶ ଜୋଷୀ ମୁଖ୍ୟ ଛାଟିଆ ଓ ମହେନ୍ଦ୍ର ଚୌଧୁରୀ ଉପ ଛାଟିଆ ନିଯୁକ୍ତ ହୋଇଛନ୍ତି।

Leave A Reply