ଶିଶୁଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ହେଉ: ମେନକା

0

ନୂଆଦିଲ୍ଲୀ :ଉନ୍ନାଓ ଏବଂ କଠୁଆ ଘଟଣା ବିଷୟରେ ଶୁଣି ମୁଁ ଖୁବ୍‍ ମର୍ମାହତ। ୧୨ ବର୍ଷରୁ କମ୍‍ ବୟସ୍କ ଶିଶୁଙ୍କୁ ବଳାତ୍କାର ମାମଲାରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଦରକାର। ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପକ୍‍ସୋ) ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ସେ ପ୍ରସ୍ତାବ ରଖିବେ ବୋଲି କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧି କହିଛନ୍ତି। ମେନକାଙ୍କ ପୂର୍ବରୁ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ମଧ୍ୟ ସମାନ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି, ୮ ବର୍ଷୀୟ ଆସିଫାଙ୍କୁ ଗଣବଳାତ୍କାର ଏବଂ ହତ୍ୟା ଘଟଣା ସମଗ୍ର ମାନବସମାଜକୁ ଲଜ୍ଜିତ କରିଛି। ଶିଶୁଙ୍କୁ ବଳାତ୍କାର ମାମଲାରେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ଲାଗି ରାଜ୍ୟ ସରକାର ଖୁବ୍‍ଶୀଘ୍ର ନୂଆ ଆଇନ ଆଣିବେ। ଏ ନେଇ ପିଡିପି ପକ୍ଷରୁ ଶନିବାର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିବାବେଳେ ଏଥିରେ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତା ଉପସ୍ଥିତ ରହିବା ଲାଗି କୁହାଯାଇଛି।

Leave A Reply