ଛାତ୍ର ବିଜେଡି ଜିଲ୍ଲା ଉପସଭାପତି ହେଲେ ବିପ୍ଳବ

ପାଟଣା: କେନ୍ଦୁଝର ଜିଲ୍ଲା ଛାତ୍ର ବିଜେଡିର ଅନ୍ୟତମ ଜିଲ୍ଲା ଉପସଭାପତି ଭାବେ ପାଟଣା ଅଞ୍ଚଳର ଜଣାଶୁଣା ଛାତ୍ର ସଂଗଠକ ବିପ୍ଳବ କୁମାର ପୃଷ୍ଟିଙ୍କୁ ମନୋନୟନ କରାଯାଇଛି । ଏହା ପୂର୍ବରୁ ବିପ୍ଳବ ପାଟଣା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡିର ସଭାପତି ପଦବୀରେ ଥାଇ ସଠିକ ଦାୟିତ୍ୱ ନିର୍ବାହ କରିବା ସହିତ ଛାତ୍ର ସଂଗଠନ ସୁଦୃଢ଼ ରଖି କଲେଜ ନିର୍ବାଚନରେ ଦଳୀୟ ସଫଳତା ପାଇଥିଲେ । ତାଙ୍କୁ ଏବେ ଜିଲ୍ଲା ଛାତ୍ର ବିଜେଡିର ଉପସଭାପତି ପଦବୀରେ ଦଳ ମନୋନିତ କରିଥିବାରୁ ତାଙ୍କ ସମର୍ଥକ ମହଲରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ପାଟଣା ବିଧାୟକ ଜଗନ୍ନାଥ ନାଏକ ଏବଂ ଜିଲ୍ଲା ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments are closed.