ଉପନିର୍ବାଚନ: ବାଲେଶ୍ବରରେ ୬ ପ୍ରାର୍ଥୀପତ୍ର କାଏମ୍ ଓ ଯାଞ୍ଚରେ କଟିଲେ ୨ ପ୍ରାର୍ଥୀ; ତିର୍ତ୍ତୋଲରେ ସବୁ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ୍

ଭୁବନେଶ୍ବର: ବାଲେଶ୍ବର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲା। ଏଥିରେ ୬ଜଣଙ୍କ ପ୍ରାର୍ଥୀପତ୍ର କାଏମ୍‌ ରହିଥିବାବେଳେ ଯାଞ୍ଚବେଳେ ୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଏବଂ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ନାକଚ ହୋଇଛି। ୬ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ୍‌ ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉପନିର୍ବାଚନ ପାଇଁ ମୋଟ ୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ସେହିପରି ତିର୍ତ୍ତୋଲ୍‌ ଉପନିର୍ବାଚନ ପାଇଁ ୫ଜଣ ସ୍ବାଥୀନ ପ୍ରାର୍ଥୀଙ୍କ ସମେତ ୯ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ୍‌ ରହିଛି। ପ୍ରାର୍ଥୀପତ୍ର ଯାଞ୍ଚ ପରେ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ୍‌ ରହିଥିବା ଅତିରିକ୍ତ ଉପଜିଲାପାଳ ସୂଚନା ଦେଇଛନ୍ତି।

Comments are closed.