ଓଡ଼ିଶାର ୨ ବିଧାନସଭା ଆସନରେ ଉପନିର୍ବାଚନ ଅବଗଣନା ଆରମ୍ଭ

ସେପ୍ଟେମ୍ବର ୨୦ ପୂର୍ବରୁ ବାଲେଶ୍ଵର, ତିର୍ତ୍ତୋଲ ଉପନିର୍ବାଚନ, ନିର୍ବାଚନ କମିଶନରଙ୍କ ସବୁଜସଙ୍କେତ

ଭୁବନେଶ୍ଵର:   ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ପୂର୍ବରୁ ହେବ ତିର୍ତ୍ତୋଲ ଓ ବାଲେଶ୍ଵର ଉପନିର୍ବାଚନ । ଶୁକ୍ରବାର ନିର୍ବାଚନ କମିଶନ ଏ ସମ୍ପର୍କରେ ସବୁଜସଙ୍କେତ ଦେଇଛନ୍ତି । ଗୋଟିଏ ଲୋକସଭା ଓ ଦେଶର ବିଭିନ୍ନ ରାଜ୍ୟରେ ୫୭ ବିଧାନସଭା ଆସନରେ ଉପନିର୍ବାଚନ ହେବା ଆପାତତଃ ଚୂଡ଼ାନ୍ତ ହୋଇଛି ।

ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ୨୪ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବ । ଏଠାରେ ନିର୍ବାଚିତ କଂଗ୍ରେସ ବିଧାୟକମାନେ ନିଜ ପଦରୁ ଇସ୍ତଫା ଦେବା ପରେ କମଳନାଥ ସରକାରଙ୍କ ପତ୍ତନ ହୋଇଥିଲା । ଏହାବ୍ୟତୀତ ଆଗର ମାଲୱା ଓ ଜୌରା ଆସନରେ ବିଧାୟକମାନଙ୍କ ପରଲୋକ ଯୋଗୁଁ ଉପନିର୍ବାଚନ ହେବ । ଏହାବ୍ୟତୀତ ପଶ୍ଚିମବଙ୍ଗରେ ୪, ଓଡ଼ିଶାରେ ୨, ମଣିପୁରରେ ୧୧, ପୁଡ଼ୁଚେରୀରେ ୧, ଉତ୍ତରପ୍ରଦେଶର ୩ ଓ କର୍ଣ୍ଣାଟକର ୨ଆସନରେ ଉପନିର୍ବାଚନ ନେଇ ଚୂଡ଼ାନ୍ତ ହୋଇଛି ।

ନିର୍ବାଚନ କମିଶନ ୭ ସେପ୍ଟେମ୍ବର ମଧ୍ୟରେ ୮ଟି ଆସନରେ ଉପନିର୍ବାଚନ ପାଇଁ ପ୍ରଥମରୁ ନିଷ୍ପତ୍ତି ନେଇଥିଲେ । ମାତ୍ର ପରବର୍ତୀ ସମୟରେ ଏହାକୁ ସ୍ଥଗିତ ରଖାଯାଇଥିଲା । ବିଧିବ୍ୟବସ୍ଥା ଅନୁସା​‌ରେ ଗୋଟିଏ ବିଧାନସଭା କ୍ଷେତ୍ର ଖାଲି ହେବାର ୧୮୦ ଦିନ ମଧ୍ୟରେ ଏଠାରେ ଉପନିର୍ବାଚନ ହେବା କଥା । ଏଥିନିମନ୍ତେ ସେପ୍ଟେମ୍ବର ୨୦ ତାରିଖ ପୂର୍ବରୁ ମଧ୍ୟପ୍ରଦେଶରେ ବିଧାନସଭା ଉପନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଉପନିର୍ବାଚନ ହେବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏହି ବୈଠକରେ ବିହାର ବିଧାନସଭା ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନାହିଁ । ତେବେ ଏଥିନିମନ୍ତେ କମିଶନ ପ୍ରସ୍ତୁତ ରହିଛନ୍ତି । ୨୯ ନଭେମ୍ବର ପୂର୍ବରୁ ବିହାର ବିଧାନସଭା ନିର୍ବାଚନ ହେବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି । 

Comments are closed.