ଉପନିର୍ବାଚନରେ ସମାଜବାଦୀ ପାର୍ଟି ଓ ଆପ୍‌କୁ ଶକ୍ତ ଧକ୍କା, ୭ଟି ବିଧାନସଭା କ୍ଷେତ୍ରରୁ ବିଜେପିକୁ ୩ ଏବଂ କଂଗ୍ରେସକୁ ୨ ଆସନ

ଚଣ୍ଡିଗଡ଼: ଉପନିର୍ବାଚନରେ ସମାଜବାଦୀ ପାର୍ଟି ଓ ଆପ୍‌କୁ ଶକ୍ତ ଝଟକା। ଉତ୍ତର ପ୍ରଦେଶ ଆଜମଗଡ଼ ଓ ରାମପୁରରେ ସମାଜବାଦୀ ପାର୍ଟିକୁ ହରାଇଲା ବିଜେପି। ପଞ୍ଜାବ ସଙ୍ଗୁରରେ ଆପ୍‌ ହାତରୁ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ଆସନ ଗଲା। ସଙ୍ଗୁର ଆସନରେ ବିଜୟୀ ହେଲା ଶିରୋମଣି ଅକାଳୀ ଦଳ(ଅମୃତସର)। ୭ଟି ବିଧାନସଭା କ୍ଷେତ୍ରରୁ ବିଜେପିକୁ ୩ ଏବଂ କଂଗ୍ରେସକୁ ୨ ଆସନ। ବିଧାନସଭା କ୍ଷେତ୍ରରେ ୱାଇଏସଆରସି ଏବଂ ଆପ୍‌କୁ ଗୋଟିଏ ଲେଖାଏଁ ଆସନ।
ରବିବାର ଆସିଥିବା ଫଳାଫଳରେ ଶିରୋମଣି ଅକାଳୀଦଳର ପ୍ରାର୍ଥୀ ସିମରଞ୍ଜିତ ସିଂହ ମାନ୍‌ ଶାସକ ଦଳର ପ୍ରାର୍ଥୀଙ୍କୁ ହରାଇ ବିଜୟ ଲାଭ କରିଛନ୍ତି। ସଙ୍ଗୁର ଆସନରେ ହୋଇଥିବା ଉପନିର୍ବାଚନରେ ସିମରଞ୍ଜିତ୍ ସିଂହ ମାନ୍‌ ଆପ ପ୍ରାର୍ଥୀ ଗୁରୁମେଲ ସିଂହଙ୍କୁ ୫,୮୦୦ ଭୋଟରେ ପରାସ୍ତ କରିଛନ୍ତି।

Comments are closed.