ବିଷାକ୍ତ ଫୁଲକୁ ଜାଣିପାରେ ପ୍ରଜାପତି

ରଙ୍ଗବେରଙ୍ଗର ପ୍ରଜାପତି ମଧ୍ୟ ବିଷ ତତ୍ତ୍ବକୁ ସହଜରେ ଚିହ୍ନଟ କରିପାରେ। ଫୁଲରୁ ଫୁଲକୁ ଉଡ଼ି ବସୁଥିବା ଏଇ ପ୍ରଜାପତିର ୬ଟି ଗୋଡ଼ ଥାଏ। ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀ ଜିଭରେ ସ୍ବାଦ ଚାଖୁଥିବାବେଳେ ପ୍ରଜାପତି କୀଟଟି ଗୋଡ଼ରେ ସ୍ବାଦକୁ ଜାଣିପାରେ। ଶୁଣିବାକୁ ବିଚିତ୍ର ଲାଗୁଥିଲେ ମଧ୍ୟ ବିଶେଷଜ୍ଞ ଦଳ ହିଁ ଏହାର ସତ୍ୟତା ପ୍ରମାଣ କରିଛନ୍ତି। ଗୋଡ଼ରେ ଥିବା ସ୍ବାଦ ସେନ୍‌ସର୍‌ ସେମାନଙ୍କର କାମ କରିବା ସହ ବିଷାକ୍ତ ଫୁଲର ପାଖରେ ଉଡ଼ିଲେ ମଧ୍ୟ ଫୁଲର ତତ୍ତ୍ବ ପ୍ରଜାପତିଟି ସହଜରେ ଜାଣିପାରେ। ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ବିଶ୍ବରେ ପ୍ରାୟ ୧ଲକ୍ଷ ୬୫ହଜାର ପ୍ରଜାତିର ପ୍ରଜାପତି ଦେଖାଯାନ୍ତି। କେତୋଟି ପ୍ରମୁଖ ସ୍ଥାନ ଅଛି, ଯେଉଁଠାରେ ଦିନରାତି ସଂଖ୍ୟାଧିକ ପ୍ରଜାପତି ଉଡ଼ିବୁଲୁଥାନ୍ତି।
– ଦକ୍ଷିଣ ଆମେରିକାର ଏକ ଦେଶ ହେଉଛି କଲମ୍ବିଆ। ସେଠାରେ ଥିବା ଭିକ୍ଟୋରିଆ ବଟରଫ୍ଲାଏ ଗାର୍ଡେନ୍‌‌‌ରେ ୭୫ରୁ ଅଧିକ ପ୍ରଜାତିର ପ୍ରଜାପତି ଦେଖାଯାଉଥିବାବେଳେ ପର୍ଯ୍ୟଟକ ମଧ୍ୟ ନିୟମିତ ଆସିଥାନ୍ତି।
– ଓଣ୍ଟାରିଓର ନାଏଗ୍ରା ଫଲ୍ସ ନିକଟରେ ଥିବା ବଟରଫ୍ଲାଏ ଗାର୍ଡେନ୍‌‌ରେ ୪୫ ପ୍ରଜାତିର ୨ହଜାର ପ୍ରଜାପତି ଅଛନ୍ତି। ଏକ କାଚ ଘରେ ପ୍ରଜାପତିମାନଙ୍କୁ ରଖାଯାଇଥିବାବେଳେ ପର୍ଯ୍ୟଟକ କାଚ ଝରକାରେ ଦେଖିବାର ବନ୍ଦୋବସ୍ତ ରହିଛି। n

Comments are closed.