୨୦୧୯-୨୦ରେ ସେନ୍‌ସେକ୍ସ ୯୦୦୦ ପଏଣ୍ଟକୁ ହ୍ରାସ : ନିବେଶକ ହରାଇଛନ୍ତି ୩୭.୫୯ ଲକ୍ଷ ​କୋଟି

ମୁମ୍ବଇ : କରୋନାକୁ ବିଶ୍ୱ ମହାମାରୀ ଘୋଷଣା ପରଠାରୁ କ୍ରମାଗତ ଭାବେ ୪ କାରବାର ଦିବସ ଧରି ଘରୋଇ ବିଶ୍ବ ପୁଞ୍ଜିବଜାର​‌ରେ ହ୍ରାସ ଧାରା ଜାରି ରହିଛି । କରୋନା ଭୂତାଣୁକୁ ନେଇ ସାରା ବିଶ୍ବରେ ଖେଳିଯାଇଥିବା ଆତଙ୍କ ଦଲାଲ ଷ୍ଟ୍ରିଟ୍‌ର କାରବାରକୁ ମନ୍ଥର ହୋଇଯାଇଥିଲା। ପରିସ୍ଥିତି ଏଭଳି ହୋଇଛି ୨୦୧୯-୨୦ ଆର୍ଥିକବର୍ଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ​ମୋଟ ୯୦୦୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଛି । ଏଥିଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୩୭.୫୯ ଲକ୍ଷ ​କୋଟି ଟଙ୍କା ହ୍ରାସ ଘଟିଥିବା ଜଣାଯାଇଛି ।  ମଙ୍ଗଳବାର ସେନ୍‍ସେକ୍ସ କାରବାରରେ ୧୦୨୮ ପଏଣ୍ଟରୁ ଅଧିକ ବୃଦ୍ଧି ଘଟି ପୁଞ୍ଜି ବଜାରକୁ ପୁନର୍ବାର ଉତ୍ସାହ ଫେରିଆସିଛି । ୨୦୧୯-୨୦ରେ ସେନ୍‍ସେକ୍ସରେ ୯୨୦୪.୪୨ ପଏଣ୍ଟ କିମ୍ବା ୨୩.୮୦ ହ୍ରାସ ଘଟିଛି। ଏହି ସମୟରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୦୨୬.୧୫ ବା ୨୬.୦୩ ପଏଣ୍ଟ ହ୍ରାସ ଘଟିଥିଲା । ଏଥି​ଯୋଗୁ ବିଏସ୍‌ଇରେ ପଞ୍ଜିକୃତ କମ୍ପାନୀଙ୍କ ବଜାର ପୁଞ୍ଜି ୩୭,୫୯,୫୪.୪୨ ​‌କୋଟି ଟଙ୍କାରୁ ୧,୧୩,୪୮,୭୫୬.୫୯ ​କୋଟି ଟଙ୍କାକୁ ଖସିଆସିଛି ।  କରୋନା ଭୂତାଣୁର ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ତାଲା ବନ୍ଦ ଏବଂ ବିଶ୍ବ ମାନ୍ଦାବସ୍ଥା ଯୋଗୁ ମାସକ ମଧ୍ୟରେ ସେନସେକ୍ସରେ ୮୮୨୮.୮ ପଏଣ୍ଟ ହ୍ରାସ ଘଟିଛି ।  କ୍ଷଲକ୍ଷକ୍ତ ମଙ୍ଗଳବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୧୦୨୮ ପଏଣ୍ଟ ଅର୍ଥାତ୍‌ ୩.୬୨% ବୃଦ୍ଧି ଘଟି ୨୯,୪୬୮ ପଏଣ୍ଟରେ କାରବାର ​ଶେଷ ହୋଇଛି। ସେହିଭଳି ନିଫ୍ଟି କାରବାର ୮୬୦୦ ପଏଣ୍ଟରେ ଶେଷ ହୋଇଥିଲା।

Comments are closed.