ସୋମବାରରୁ ଚାଲିବ ବସ

ଭୁବନେଶ୍ବର: ରାଜ୍ୟରେ ସୋମବାରଠାରୁ ବସ ଚାଲିବ। ଏ ସଂକ୍ରାନ୍ତରେ ସରକାରଙ୍କ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

 

ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଘରୋଇ ବସ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି। ରାଜ୍ୟରେ ସୋମବାରଠାରୁ ସ୍ବାଭାବିକ ବସ ଚଳାଚଳ ହେବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହିତ ଆଲୋଚନା ପରେ ବସ ମାଲିକ ସଂଘ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

Comments are closed.