ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ବର : ବିଗତ ୧୦ ଦିନ ହେବ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଥିବା କାରଣରୁ ରାଜ୍ୟରେ ବସ୍ ଭଡା ବଢିଛି । ସାଧାରଣ ବସ୍ ଭଡ଼ା ୩ ପଇସା ଲେଖାଏଁ ବଢ଼ି କିଲୋମିଟର ପିଛା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୩ ପଇସା ବଢ଼ି କିଲୋମିଟର ପିଛା ୭୦ରୁ ୭୩ ପଇସାକୁ ବୃଦ୍ଧି ହୋଇଛି । ଡିଲକ୍ସ ବସ୍ ଭଡ଼ା ୬ପଇସା ବଢ଼ି ୧ଟଙ୍କା ୧ପଇସା ହୋଇଛି । ଏସି ଡିଲକ୍ସ ବସରେ ୬ ପଇସା ବଢ଼ି କିଲୋମିଟର ପିଛା ୧ଟଙ୍କା ୨୩ ପଇସା ହୋଇଛି । । ଶେଷଥର ପାଇଁ ମାର୍ଚ୍ଚ ୨୧ରେ ବସ୍ ଭଡ଼ା ବଢ଼ିଥିଲା । ତେଲ ଦର ବୃଦ୍ଧି ପରେ ଭଡ଼ା ବଢ଼ିଥିବା ନେଇ ବସ୍ ମାଲିକ ସଙ୍ଘ ସୂଚନା ଦେଇଛନ୍ତି।

Comments are closed.