ଅତ୍ୟାଧୁନିକ ବସ ଟର୍ମିନାଲ ପରିଦର୍ଶନ କଲେ ଅନଙ୍ଗ ଉଦୟ ସିଂଦେଓ

ବଲାଙ୍ଗିର: ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ କାର୍ୟ୍ୟର ପ୍ରଗତି ଦେଖିବାକୁ ନିର୍ମାଣଧିନ କ୍ଷେତ୍ର ପରିଦର୍ଶନ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେଡିର ଉପ ସଭାପତି ଅନଙ୍ଗ ଉଦୟ ସିଂଦେଓ । ଆସନ୍ତା ୨୦୨୦ ମସିହା ସୁଦ୍ଧା ସମ୍ପୁର୍ଣ୍ଣ ହେବାକୁ ଥିବା ଏହି ଅତ୍ୟାଧୁନିକ ବସ ଟର୍ମିନାଲ ପାଇଁ ୧୧ କୋଟି ୫୦ ଲକ୍ଷ୍ୟ ଟଙ୍କା ବ୍ୟବୟବରାଦ ହୋଇଥିବା ବେଳେ ଏହା ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଓଡିଶା ପୁଲିସ ହାଉସିଂ ବୋର୍ଡ ସଂସ୍ଥାକୁ ଦିଆଯାଇଥିଲା। ଏହି ପ୍ରକଳ୍ପକୁ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଇଂ ଶୁଭ ପ୍ରକାଶ ସାହୁଙ୍କ ସହ ଆଲୋଚନା କରିଥିଲେ ଅନଙ୍ଗ । ଏହି ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ ପରେ ଜନ ସାଧାରଣ କିଭଳି ଏହାର ସୁବିଧା ନେଇ ପାରିବେ ସେ ବିଷୟରେ ଶ୍ରୀ ସିଂଦେଓ ଗୁରୁତ୍ୱାରୋପ କରିଥିଲେ।

Comments are closed.