ଦ୍ୱିତୀୟ ଦିନରେ ପହଞ୍ଚିଲା ସରକାରୀ ବସ କର୍ମଚାରୀ ସଂଘର ଆନ୍ଦୋଳନ

0

ବ୍ରହ୍ମପୁର: ୪ ଦଫା ଦାବି ନେଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ମଚାରୀ ସଂଘ ପକ୍ଷରୁ ୩ ଦିନଆ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ବ୍ରହ୍ମପୁର ଓଏସଆରଟିସି କାର୍ୟ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଚାଲିଛି । ଯାହାଫଳରେ ୨ ଦିନ ଧରି ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ସମାନ କାମକୁ ସମାନ ଦରମା,୭ମ ବେତନ କମିଶନ ଲାଗୁ,ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ପ୍ରଭୃତି ୪ ଦଫା ଦାବୀ ନେଇ କର୍ମଚାରୀ ମାନେ ଆନ୍ଦୋଳନ ଚଳାଇଛନ୍ତି । ଅନ୍ୟପକ୍ଷରେ ସରକାରୀ ବସ୍ ବନ୍ଦ ଯୋଗୁଁ ଯାତ୍ରୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କେବଳ ଘରୋଇ ବସ୍ ଏକମାତ୍ର ଭରସା ହୋଇଥିବା ବେଳେ ସେଥିପାଇଁ ବସ୍ ଗୁଡ଼ିକରେ ଯାତ୍ରୀ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।

 

Leave A Reply