ଜୁଲାଇ ୩୧ ଯାଏ ବସ୍‌ ଧର୍ମଘଟ ସ୍ଥଗିତ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ରାଜ୍ୟ ବସ ମାଲିକ ସଂଘ ଆସନ୍ତା ଜୁଲାଇ ପହିଲାରୁ ବସ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଥିଲା। ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ଆେଲାଚନା ପରେ ସଂଘ ଏବେ ଧର୍ମଘଟକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ସମସ୍ୟାର ସମାଧାନ ଲାଗି ଆସନ୍ତା ଜୁଲାଇ ୨୦ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୋମବାର ସଂଘର ସଭାପତି ଲୋକନାଥ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରୀ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତିକ୍ରମେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଓ ବିଭାଗୀୟ ମନ୍ତ୍ରୀଙ୍କ ଅନୁେରାଧକୁ ରକ୍ଷା କରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦାପ୍ରସନ୍ନ ଆଚାର୍ଯ୍ୟ, ସହକୋଷାଧ୍ୟକ୍ଷ ଅଜୟ ବାରିକ ଓ ବିଭିନ୍ନ ଜୋନର ଉପସଭାପତି ମାନସରଞ୍ଜନ ପାତ୍ର, ଅକ୍ଷୟ ପଟ୍ଟନାୟକ, ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାେଯାଗ୍ୟ ଯେ, ବସ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଗତ ୧୧ ତାରିଖରେ ଏକ ଦାବିପତ୍ର ଦିଆଯାଇଥିଲା। ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ଧର୍ମଘଟ କରିବାକୁ ଏଥିରେ କୁହାଯାଇଥିଲା। ଏ ନେଇ ଗତକାଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସଂଘର ଦାବି ଯଥାର୍ଥ ବୋଲି ମତ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ବିେଦଶ ଗସ୍ତରେ ଥିବା ଏବଂ ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ହେଉଥିବାରୁ ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ ରଖିବାକୁ ସେ ଅନୁେରାଧ କରିଥିଲେ।

Comments are closed.