ବସ ଧର୍ମଘଟ ପ୍ରସଙ୍ଗ, ଆସନ୍ତକାଲି ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର: ଘରୋଇ ବସ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜୁଲାଇ ୧ରୁ ଧର୍ମଘଟ ନେଇ ସଂଘର ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା। ବୈଠକରେ ବସ ମାଲିକ ସଂଘର ୧୦ଦଫା ଦାବି ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ଆଲୋଚନା ସମ୍ପର୍କରେ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି ଯେ ରଥଯାତ୍ରା ଥିବାରୁ ଘରୋଇ ବସ ଚଳାଚଳ ବନ୍ଦ ନ କରିବାକୁ ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ବାହାରକୁ ଯାଇଛନ୍ତି, ସେ ଆସିଲେ ନିଷ୍ପତ୍ତି ନିଆଯାଇପାରିବ। ପରିବହନ ମନ୍ତ୍ରୀ କହିଥିବା କଥା ଆସନ୍ତାକାଲି କାର୍ଯ୍ୟକାରୀ କମିଟି ବୈଠକରେ ଆଲୋଚନା ହେବ। ଆସନ୍ତାକାଲି ବୈଠକରେ ଯାହା ନିଷ୍ପତ୍ତି ହେବ ତାହା ଜଣାଇବୁ। ତେବେ ଆନ୍ଦୋଳନ ନିଷ୍ପତ୍ତିରୁ ଓହରି ନାହୁଁ, ଆସନ୍ତାକାଲି ଏ ନେଇ ନିଷ୍ପତ୍ତି ନେବୁ ବୋଲି ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Comments are closed.