୭୦ ବର୍ଷର ଜଳବନ୍ଦୀ ଜୀବନରୁ ମୁକ୍ତି : ପ୍ରଥମ ଥର ପାଇଁ ଯୋଡାଆମ୍ବକୁ ଗଡ଼ିଲା ବସ୍

ମାଲକାନଗିରି : ୭୦ ବର୍ଷର ଜଳବନ୍ଦୀ ଜୀବନ, ବୋଟ୍ ଯାହାର ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ଆଜି ସେହି ଅଞ୍ଚଳକୁ ଗଡିଲା ବସ୍,ଲୋକଙ୍କୁ ମିଳିଛି ସରକାରୀ ବସରେ ଯାତାୟାତ କରିବାର ସୁଯୋଗ।
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ବ ଗ୍ରାମକୁ ପ୍ରଥମ ଥର ପାଇଁ ଗଡ଼ିଲା ବସ। ଶୁକ୍ରବାର ଚିତ୍ରକୋଣ୍ଡା ବିଧାୟକ ଏହି ସରକାରୀ ବସ ସେବାର ଉଦଘାଟନ କରିଛନ୍ତି। ପୂର୍ବରୁ କେବେବି ମାଲକାନଗିରିରୁ ସିଧାସଳଖ ସରକାରୀ ବସ ଯାତାୟାତ କରିନଥିବା ବେଳେ ଅଞ୍ଚଳରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଥର ଏହି ବସ ସେବା ଆରମ୍ଭ ହୋଇଛି। ପୂର୍ବରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ଥିବା ବେଳେ ରାଜ୍ୟ ସରକାର ନିଜର ଡ୍ରିମ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁ ନିର୍ମାଣ କରିବା ପରେ ସମୟ କ୍ରମେ ଯାନବାଇ, ଯୋଡ଼ାଆମ୍ବ ସହ ଅନେକ ଗ୍ରାମକୁ ସେତୁ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ହୋଇଛି । ପକ୍କା ସଡକ ନିର୍ମାଣ ହେବାପରେ ଅଞ୍ଚଳରେ ଅନେକ ବିକାଶ ମୂଳକ କାମର ଅଗ୍ରଗତି ହୋଇଥିବା ବେଳେ ଆଜି ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ମନରେ ଏହି ବସ୍ ଚଳାଚଳ ଉଦ୍ଘାଟନ ହେବାପରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ମଧ୍ୟ ଅଞ୍ଚଳର ଅନ୍ୟାନ୍ୟ ଗ୍ରାମକୁ ଯୋଗାଯୋଗ ବ୍ୟବସ୍ଥା କରାଯିବା ବୋଲି ଯୋଜନା କରାଯାଇଛି। ଏହି ଅବସରରେ ଜିଲାପାଳ ମନୀଷ ଅଗ୍ରୱାଲ, ଜ଼ୀଲ୍ଲାପରିଷଦ ଅଧକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.