ରାଜ୍ୟରେ ବଢିଲା ବସ୍ ଭଡ଼ା

ସାଧାରଣ ବସ୍ କିଲୋମିଟର ପିଛା ୧ ପଇସା, ଏସି ଡିଲକ୍ସରେ ୨ ପଇସା ବୃଦ୍ଧି

ଭୁବନେଶ୍ବର: ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବାରୁ ରାଜ୍ୟରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ , ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ଏକ ପଇସା ଲେଖାଏଁ ବଢିଛି। ସାଧାରଣ ବସ୍ ଭଡା ୭୩ ପଇସାରୁ ୭୪କୁ ବୃଦ୍ଧି କରାଯାଇଛି। ସେହିପରି ଏକ୍ସପ୍ରେସ୍‌ ବସ୍ ଭଡା ୭୬ ପଇସାରୁ ୭୭ ପଇସାକୁ ବୃଦ୍ଧି ପାଇଛି।  ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଡିଲକ୍ସ ବସ୍ ଭଡା ୧ ଟଙ୍କା ୭ ପଇସାରୁ ୧ ଟଙ୍କା ୯ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ ଭଡା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୧ ପଇସା ବୃଦ୍ଧି କରାଯାଇଛି ।

 

Comments are closed.