ଓଲଟିଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୩୦ରୁ ଊର୍ଦ୍ଧ୍ବ ଆହତ

ପିପିଲି: ପିପିଲି ଟୋଲଗେଟ୍‌ ନିକଟରେ ଶୁକ୍ରବାର ଘଟିଛି ଏକ ଅଘଟଣ। ଭୁବନେଶ୍ବରରୁ କାକଟପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ଓଲଟି ପଡିଛି। ଫଳରେ ଜଣଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ଏଥିସହ ବସରେ ଥିବା ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଶିଶୁ ଥିବା ସୂଚନା ମିଳିଛି। ଏଥିଯୋଗୁ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଉପୁଜିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ସମସ୍ୟା ସମ୍ଭାଳିବା ସହ ଆହତଙ୍କୁ ମେଡିକାଲ ପଠାଇ ଘଟଣାର ତଦନ୍ତ ଚଳାଇଛି।

Comments are closed.