ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରାବାହୀ ବସ୍; ୬ ଗୁରୁତର

ଧାମନଗର: ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ରବିବାର ଏକ ଗୋରୁକୁ ବାଡେଇ ରାସ୍ତା କଡକୁ ଓଲଟି ପଡିଥିବା ଜଣାପଡ଼ିଛି। ଓଁମ ନାମକ ଏହି ଯାତ୍ରୀବାହୀ ବସ୍ ପଳିକିରି ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୬ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବସରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଥିଲେ। ଘଟଣା ସ୍ଥଳରେ ଏକ ଗାଈର ମୃତ୍ୟୁ ହୋଇଛି । ତେବେ ଗୁରୁତର ଯାତ୍ରୀମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

Comments are closed.