କେନ୍ଦୁଘାଟିରେ ଓଲଟି ପଡିଲା ବସ – ୫ ଆହତ, ୨ ଗୁରୁତର

ଭବାନୀପାଟଣା (ବିଜୟ ଦ୍ୱିବେଦୀ): ରାଜ୍ୟରେ ପ୍ରତିଦିନ କୌଣସି ନା କୌଣସି କାରଣରୁ ବସ ଦୁର୍ଘଟଣା ହାର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ରାତି ପ୍ରାୟ ୮ ଟା ୩୦ ମିନିଟ ସମୟରେ କଳାହାଣ୍ଡି ଜିଲ୍ଲା ଲାଞିଗଡରୁ କଟକ ଯାଉଥିବା ଶାରଳା ନାମକ ଏକ ଘରୋଇ ବସ ମଦନପୁର ରାମପୁର ଥାନା ଅନ୍ତର୍ଗତ କେନ୍ଦୁଘାଟିରେ ଭାରାସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବା ଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁରର ବନିତା ସାହୁ ଓ ଲାଞିଗଡର ଜିତୁ ହରିଜନଙ୍କ ଅବସ୍ଥା ଗରୁତର ଥିବା ଖବର ମିଳିଛି। ଖବର ପାଇ ମଦନପୁର ରାମପୁର ପୋଲିସ ଘଟଣା ସ୍ଥଳକୁ ଯାଇ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଆହତ ମାନଙ୍କୁ ଉଦ୍ଧାର କରି ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପରେ ଗୁରୁତର ଆହତ ବନୀତା ଓ ଜିତୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.