ବସ୍‌ ଓଲଟି ୫ମୃତ, ୩୦ ଆହତ

ଉନ୍ନା: ଲକ୍ଷ୍ନୌ-ଆଗ୍ରା ତ୍ବରିତ ରାଜପଥରେ ଶନିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଘଟି ୫ ଜଣ ପ୍ରାଣ ହରାଇଛନ୍ତି ଓ ୩୦ ଆହତ ହୋଇଛନ୍ତି। ବାଙ୍ଗାରମାଉ ଥାନା ଅନ୍ତର୍ଗତ ଦେବଖାଡ଼ି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ ଦିଲ୍ଲୀରୁ ବିହାର ଯାଉଥିବା ସମୟରେ ଏଠାରେ ଏକ ଟ୍ରାକ୍ଟରକୁ ଧକ୍କା ​‌େ​‌ଦଇ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ପ୍ରାୟ ୧୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା ରହିଛି।

Comments are closed.