ନଦୀକୁ ଖସିଲା ବସ; ୭ ମୃତ, ୨୦ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ରାଇସେନ ଜିଲାରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ରୀଛନ ନଦୀର ପୋଲ ଉପରୁ ତଳକୁ ଖସିପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ନଦୀ ଭିତରୁ ମୃତଦେହ ଉଦ୍ଧାର କରାଯିବା ସହ ଆହତ ଓ ଗୁରୁତରଙ୍କୁ ବସ ଭିତରୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରି ନାହିଁ। ମାତ୍ର ବସ ଚାଳକ ନିୟନ୍ତ୍ରଣ ହରାଇବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ବସଟି ଭୋପାଳରୁ ଛତ୍ରପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

Comments are closed.