ଖାଇକୁ ଖସିଲା ଯବାନଙ୍କ ବସ୍, ଜଣେ ମୃତ ଓ ୩୪ ଆହତ

0

ଜାମ୍ମୁ: ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩୪ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟଲୋକ ଓ ସୁରକ୍ଷାକର୍ମୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ପୁଲିସ ସୂଚନା ଅନୁଯାୟୀ, ଆଇଟିବିପି ର ୩୫ ଜଣ ଯବାନ ପଞ୍ଚାୟତ ନିର୍ବାଚନ ଡ୍ୟୁଟି ସାରି ଶ୍ରୀନଗରରୁ ଜାମ୍ମୁ ଫେରୁଥିବା ବେଳେ ସୋମବାର ସକାଳେ ଜାତୀୟ ରାଜପଥରରେ ଥିବା ଏକ ଖାଇ ତଳକୁ ବସଟି ଖସିପଡିଥିଲା । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପୁଲିସ ପହଞ୍ଚି ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବସରେ ଥିବା ଯବାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୫ ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ଜାମ୍ମୁର ଜିଏମସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply