କମିଲା ବସ୍‌ ଭଡ଼ା

ଭୁବନେଶ୍ୱର : ସାଧାରଣ ଯାତ୍ରୀ ବସ୍‌ ଭଡ଼ା ହ୍ରାସ ପାଇଛି। ରାଜ୍ୟ ସରକାରଙ୍କ ପରିବହନ ନିଗମଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ ବସ୍‌ ମାଲିକମାନେ ଯାତ୍ରୀ ବସ୍‌ କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ କରିଥିବା ଜଣାଯାଇଛି। ଅର୍ଡିନାରୀ ବସ୍‌ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୮ ପଇସା ଥିବା ବେଳେ ନୂତନ ଦର ହିସାବରେ ଯାତ୍ରୀମାନଙ୍କୁ ୬୭ ପଇସା ଦେବାକୁ ପଡ଼ିବ। ସେହିପରି ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୭୦ ପଇସା ଦେବେ। ପୂର୍ବରୁ ଏହି ଦର ୭୧ ପଇସା ଥିଲା।

ଯାତ୍ରୀମାନଙ୍କୁ ଡିଲକ୍ସ ବସ୍‌ରେ କିଲୋମିଟର ପିଛା ପୂର୍ବରୁ ୯୭ ପଇସା ଦେବାକୁ ପଡୁଥିଲା। କିନ୍ତୁ ଏବେ ନୂତନ ଦର ୯୫ ପଇସା ନିର୍ଦ୍ଧାରଣ କରି ଦିଆଯାଇଛି। ସେହିପରି ଏସି ଡିଲକ୍ସ ବସ୍‌ ଭଡା କିଲୋମିଟର ପିଛା ୧ଟଙ୍କା ୧୯ ପଇସା ଥିବା ବେଳେ ଏବେ ଏହା ୨ ପଇସା ହ୍ରାସ ପାଇ ୧ଟଙ୍କା ୧୭ ପଇସା ହୋଇଛି। ସ୍ୱୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ବସ୍‌ ଭଡ଼ା ହ୍ରାସ ପାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଡିଜେଲ ଦର ବୃଦ୍ଧି ଯୋଗୁଁ ଗତ ଜାନୁଆରି ୭ ତାରିଖରେ ବସ୍‌ ବଢ଼ା ବୃଦ୍ଧି ଘଟିଥିଲା। ଫଳରେ ଯାତ୍ରୀମାନଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିଥିଲା। ଆଜି ବସ୍‌ ଭଡ଼ା ହ୍ରାସ ପାଇବା ପରେ ସାଧାରଣ ଯାତ୍ରୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

Comments
Loading...