ରାଜ୍ୟରେ ବଢିଲା ବସ୍ ଭଡା

ଭୁବନେଶ୍ବର : ରାଜ୍ୟରେ ପୁଣିଥରେ ବଢିଛି ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ରାଜ୍ୟରେ ବସ୍ ଭଡା ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ କିଛି ଦିନ ହେଲା ଯେପରି ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଥିବାରୁ ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ବୋଲି ଘରୋଇ ବସ୍ ମାଲିକ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ବର୍ଦ୍ଧିତ ଭଡା ଅନୁଯାୟୀ , ଏବେ ବସ୍ ଭଡା ୨ରୁ ୪ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡା କିମି ପିଛା ୭୦ ପଇସାରୁ ୭୨ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍ ବସ୍‌ର ଭଡା କିମି ପିଛା ୭୩ ରୁ ୭୫ ପଇସାକୁ ବୃଦ୍ଧି କରାଯାଇଛି ।  ଡିଲକ୍ସ ବସ୍‌ ଭଡା କିିମି ପିଛା ୧ ଟଙ୍କା ୧ ପଇସାରୁ ୧ ଟଙ୍କା ୫ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏସି ଡିଲକ୍ସ ବସ୍‌ ଭଡା କିମି ପିଛା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସାକୁ ବୃଦ୍ଧି କରାଯାଇଛି ।

Comments are closed.