ମୁହାଁମୁହିଁ ଧକ୍କା ପରେ କୂଅ ଭିତରକୁ ଖସିଲା ବସ ଓ ଅଟୋରିକ୍ସା, ୯ ମୃତ ୧୮ ଗୁରୁତର

ନାସିକ: ମହାରାଷ୍ଟ୍ର ନାସିକରେ ଏକ ବସ ଓ ଅଟୋରିକ୍ସା ମଧ୍ୟରେ ଧକା ହେବ ଯୋଗୁ ଉଭୟ ବସ ଓ ଅଟୋରିକ୍ସା କୂଅ ଭିତରକୁ ଖସିପଡିବ ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ହୋଇଥିବା ସୂଚନାମିଳିଛି। ସୂଚନାଅନୁସାରେ ନାସିକ ନିକଟସ୍ଥ ମାଲେଗାଁଓରୁ କାଲଓ୍ଵାକୁ ଯାଉଥିବା ଏକ ଯାତ୍ରୀବାହୀ ବସଟି ମଙ୍ଗଳବାର ଅପରାହ୍ଣ ୩ଟା ୪୫ ମିନିଟରେ ଏକ ଅଟୋରିକ୍ସା ସହିତ ତାହାର ଧକ୍କା ହୋଇଥିଲା। ଏହା ପରେ ଭାରସାମ୍ୟ ହରାଇ ଉଭୟ ବସ ଏବଂ ଆଟୋରିକ୍ସା ନିକଟରେ ଥିବା ଏକ କୂଅରେ ଖସି ପଡିଥିଲା। ବସଟିରେ ୩୫ ଜଣ ଯାତ୍ରୀ ଥିବା ବେଳେ ଅଟୋରିକ୍ସାରେ ୭ଜଣ ଯାତ୍ରୀ ଥିଲେ।

ଖବର ପାଇଁ ଘଟଣାସ୍ଥଳରେ ପୁଲିସ, ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବସ୍ ଇମର୍ଜେନ୍ସି ଏକ୍ଜିଟ୍ ଦେଇ ଉଦ୍ଧାର କରାଯାଉଥିବା ବେଳେ ବସ୍ଟିକୁ ବାହାରକୁ କାଢ଼ିବା ପାଇଁ ଏକ କ୍ରେନ୍ ନିୟୋଜିତ କରାଯାଇଛି।

Comments are closed.