ଓଲଟିଲା ଯାତ୍ରୀବାହୀ ବସ, ଡ୍ରାଇଭର ସମେତ ୭ ଗୁରୁତର

0

ବୌଦ୍ଧ: ଯାତ୍ରୀବାହୀ ବସ ଓଲଟି ଡ୍ରାଇଭର ସମେତ ୭ଜଣ ଗୁରୁତର ହୋଇଛନ୍ତି। ବସଟି ହରଭଙ୍ଗା ବ୍ଲକ ମାହାଲିକପଡା ପଞ୍ଚାୟତର ଶଙ୍କୁରୀ ଗ୍ରାମ ନିକଟରେ ଓଲଟି ପଡିଥିଲା। ମଙ୍ଗଳବାର ସକାଳେ ଚାରିଛକ ଛତ୍ରଭଙ୍ଗ କୁଶଙ୍ଗ ଠାରୁ ମାହାଲିକପଡା ଯାଉଥିବା ସମୟରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ୭ଜଣ ଆହତ ହୋଇଥିଲେ। ଆହତ ମାନେ ହେଲେ ପ୍ରସନ୍ନ ସାହୁ (୫୫), ମାଳତୀ ସାହୁ (୪୨), ଆକାଶ ବେହେରା (୪୦), ନଳିତା ସାହୁ (୫୨), ରାଜେନ୍ଦ୍ର ବେହେରା (୪୦), ସତ୍ୟ ପ୍ରଧାନ (୫୨)। ବସ ଡ୍ରାଇଭର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଗାଡିର କାଗଜପତ୍ର ନ ଥିବାରୁ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିବାର କରିଛି।

Leave A Reply