୯ ଟଙ୍କା ଲୋଭରେ ୧୫ ଲକ୍ଷ ଟଙ୍କା ହରାଇଲେ ଗୁଜୁରାଟର ବସ୍‌ କଣ୍ଡକ୍ଟର

ଅହମ୍ମଦାବାଦ- ଅତି ଲୋଭେ …… , ଲୋଭର ପରିଣାମ ଖରାପ । ଏହା ସମସ୍ତଙ୍କୁ ଜଣା ମାତ୍ରା ଲୋଭ ପାଇଁ ଗୁଜୁରାଟ ସଡକ ପରିବାହନ ସଂସ୍ଥାର ଜଣେ କଣ୍ଡକ୍ଟର ୧୫ ଲକ୍ଷ ଟଙ୍କା ହରାଇଛନ୍ତି । କଣ୍ଡକ୍ଟର ଚନ୍ଦ୍ରକାନ୍ତ ପଟେଲଙ୍କ ବିରୋଧରେ ୨୦୦୩ ମସିହାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା । ସେ ସଡକ ପରିବହନ ବସ୍‌ରେ କଣ୍ଡକ୍ଟର ଥିବା ବେଳେ ଜଣେ ଯାତ୍ରୀଙ୍କ ଠାରୁ ୯ ଟଙ୍କା ବସ୍‌ ଭଡା ନେଇଥିଲେ । ମାତ୍ର ତାଙ୍କୁ ଟିକେଟ୍‌ ଦେଇ ନଥିଲେ । ଏତିକି ବେଳେ ଅଚାନକ୍‌ ଟିକେଟ ଯାଞ୍ଚ କରୁଥିବା ଦଳ ବସ୍‌ରେ ପଶି ଯାଞ୍ଚ କରିଥିଲେ । ସେମାନେ ଏହି ଯାତ୍ରୀଙ୍କୁ ଧରିବା ସହ ଜରିମାନା ଦେବା ପାଇଁ କହିଥିଲେ । ମାତ୍ର ଯାତ୍ରୀ ଜଣଙ୍କ କଣ୍ଡକ୍ଟରଙ୍କୁ ୯ ଟଙ୍କା ଭଡା ଦେଇଥିବା ପ୍ରକାଶ କରିଥିଲେ ।

ଏହାପରେ କଣ୍ଡକ୍ଟରଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ କରାଯାଇଥିଲା । ପରେ ସେ ଦୋଷୀ ସାବସ୍ତ୍ୟ ହୋଇଥିଲେ । ତାଙ୍କୁ ୧୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ତାଙ୍କର ଦରମା କମ୍‌ କରାଯିବ ସହ କେବଳ ନିର୍ଦ୍ଧାରିତ କମ୍‌ ଦରମାରେ ଏବେ ସେ ଚାକିରି ଶେଷ ପର୍ଯ୍ୟନ୍ତ କାମ କରିବେ । ଏହାପରେ ପଟେଲ୍‌ ଗୁଜୁରାଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Comments are closed.