ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ; ୨ ମୃତ ଓ ୨୦ ଆହତ

0

ସମ୍ବଲପୁର: ରେଢାଖୋଲ ରାସ୍ତାର କୟାକୁଦ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପିକ୍‌ନିକ୍‌ରୁ ଫେରୁଥିବା ବସ୍‌ ସହ ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୨୦ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ବୃଦ୍ଧ ଓ ଶିଶୁ ରହିଛନ୍ତି । ସମସ୍ତ ଆହତଙ୍କୁ ୪ଟି ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ସଦର ହସ୍ପିଟାଲକୁ ପଠାଯାଇଛି । ବସଟି ହୀରାକୁଦ ଡ୍ୟାମ୍‌ରୁ ପିକ୍‌ନିକ୍‌ ସାରି ଫେରୁଥିଲା । ବସରେ ୪୦ ଜଣ ଯାତ୍ରୀ ଥିବା ଜଣାପଡିଛି ।

Leave A Reply