ବସ୍‌ ଓଲଟି ହେଲ୍‌ପର ମୃତ, ୧୦ ଆହତ

ନୟାଗଡ଼: ଖଣ୍ଡପଡ଼ା ଜଗନ୍ନାଥପ୍ରସାଦ ଦରଦା ନିକଟରେ ବସ ଦୁର୍ଘଟଣା। ବ୍ରହ୍ମପୁରୁରୁ ନରସିଂହପୁର ଯାଉଥିବା ଘରୋଇ ବସ୍‌ ‘ଚୌଧୁରୀ’ ଓଲଟି ପଡ଼ିଲା। ବସର ହେଲ୍‌ପର ମୃତ, ୧୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comments are closed.