ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଘାଟି ବସ୍‍ ଓଲଟିବା ଘଟଣା ; ଜଣେ ମୃତ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଘାଟି ବସ୍‍ ଓଲଟିବା ଘଟଣାରେ ୪ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଯାଜପୁର ଜିଲା କୋରେଇ ଥାନା କଣ୍ଟାବଣିଆ ଗାଁର ଶିଶିର କୁମାର ଦାଶ ଗୁରୁବାର ସକାଳ ୯ଟା ୩୦ରେ ଏହି ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହେବା ସହ ୪ ଗୁରୁତର ହୋଇଥିଲେ। । ଖବର ପାଇ ଉଦ୍ଧାରକାରୀ ଦଳ ଗୁରୁତର ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ତାରିଣୀ ନାମକ ଯାତ୍ରୀବାହୀ ବସଟି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବସରେ ପ୍ରାୟ ୩୫ରୁ ଅଧିକ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

Comments are closed.