ଶିମଲା: ଖାତରେ ବସ୍‌ ଖସିପଡି ୯ ମୃତ

0

ଶିମଲା  .- ହିମାଚଳ ପ୍ରଦେଶର ଶ୍ରୀମାଉରର ଦାଦହୁରେ ଏକ ଗିରି ସଙ୍କଟ(ଖାତରେ)ରେ ବସ ଖସି ପଡିବାରୁ ୯ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବସ୍‌ ଖସିପଡିବା ଖବର ମିଳିବା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି  ।  ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଛି ।  ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏତିକି ସୂଚନା ମିଳିଥିବା ବେଳେ ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି ।

ହିମାଚଳ ପ୍ରଦେଶରେ ଅନ୍ୟ ଏକ ଘଟଣାରେ  ଖାତରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଆଉ ଏକ ବସ୍‌ ଖସି ପଡିବାରୁ ୨୧ ଜଣ ଗୁରୁତର ହୋଇଛନ୍ତି । ଶୋଲା-ଶିମଲା  ସୀମାରେ ଥିବା କିଆରି ନାଲାହ ନିକଟରେ ଏହି ଘଟଣା ଘଟିଛି । ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply