ପୋଲ ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୩୦ ପ୍ରବାସୀ ଶ୍ରମିକ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଧୀନ ମଙ୍ଗଳପୁର ପୋଲ ନିକଟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । କେରଳରୁ ୩୦ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ କଲିକତା ଯାଉଥିବା ଏହି ବସଟି ସକାଳ ୬ଟା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା । ବସଟି ପୋଲ ତଳକୁ ପ୍ରାୟ ୨୫ ଫୁଟ ତଳକୁ ଖସି ପଡିଥିଲା । ବସଟି ଖସି ପଡିବା ଫଳରେ ଏଥିରେ ଥିବା ୩୦ ଯାତ୍ରାଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି ।

ବସଟି ଦୁର୍ଘଟଣା ଗ୍ରସ୍ତ ହେବାପରେ ସ୍ଥାନୀୟ ଲୋକ ପୁଲିସ ଏବଂ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଜେସିବି ମେସିନ୍ ସାହାଯ୍ୟରେ ବସ୍‌ଟିକୁ ଉଦ୍ଧାର କରାଯାଇଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

Comments are closed.