ପୁଣି ମାତିଲେ କଳା ମୁଖାଧାରୀ, ବସ କର୍ମଚାରୀଙ୍କୁ ଆକ୍ରମଣ

ବୌଦ୍ଧ: ବୌଦ୍ଧ ସହରରୁ ଭାୟା ସୋନପୁର ହୋଇ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମକୁ ପ୍ରତିଦିନ ଯାତାୟାତ କରୁଥିବା ମା ନାମକ ଏକ ଘରୋଇ ବସର କର୍ମଚାରୀମାନଙ୍କୁ ଖୁଣ୍ଟିଗୋରା ଠାରେ ଆକ୍ରମଣ ହୋଇଥିବା ଘଣ୍ଟାପଡା ଫାଣ୍ଡିରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ୩୦ ମିନଟ ସମୟରେ ମା ବସ୍ ଖୁଣ୍ଟିଗୋରା ଠାରେ ପହଂଚି ଷ୍ଟାଫ ମାନେ ଗାଡି ଧୁଆଧୂଈ କରୁଥିବା ବେଳେ ରାତି ୯ ଘଣ୍ଟା ସମୟରେ ୪ ଜଣ ମୁଖାଧାରୀ ଯୁବକ ପହଞ୍ଚି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଗାଡିର ଆଗ କାଚ ଓ ଝରକା କାଚ ମଧ୍ୟ ଭାଙ୍ଗି ଦେଇଥିବା ଘଣ୍ଟାପଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଘଣ୍ଟାପଡା ଫାଣ୍ଡି ପୋଲିସ ତଦନ୍ତ କରୁଥିବା ବେଳେ କାହାକୁ ଗିରଫ କରା ଯାଇନାହିଁ। ଆକ୍ରମଣର ସଠିକ୍ କାରଣ ଜଣା ପଡିନାହିଁ ଓ ରାତିରେ ଗାଡି ପାର୍କିଂକୁ ନେଇ କିଛିଦିନ ତଳେ ହୋଇଥିବା ପାଟିତୁଣ୍ଡ ଘଟଣା ସହ ଏ ଘଟଣାର ସମ୍ପର୍କ ଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।

Comments are closed.