ଓଲଟିପଡ଼ିଲା ଯାତ୍ରୀବାହୀ ବସ୍, ୧୦ରୁ ଊର୍ଦ୍ଧ୍ୱ ଆହତ

ମହାକାଳପଡ଼ା: କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ବ୍ଲକର ଓରତ ଅଙ୍ଗୁଳାଇ ରାସ୍ତାର କୁମାରୁଣୀ ଛକ ନିକଟରେ ମଙ୍ଗଳବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଆଜି ସକାଳୁ ମହାକାଳପଡ଼ା ସୁନିତି ବେଣାକନ୍ଦାରୁ ‘ପ୍ରିନ୍ସ’ ନାମକ ଘରୋଇ ବସ୍ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ନେଇ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିଲା। କୁମାରୁଣୀ ହନୁମାନ ଛକ ନିକଟରେ ହଠାତ୍ ଏକ ବୁଲାଣିରେ ଭାରସାମ୍ୟ ହରାଇ ବସ୍‌ଟି ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ମହାକାଳପଡା ଓ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।  ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।  ବସରେ ସୁନିତୀ, ବହଢି, ବିଜୟନଗର, ଦେଉଳପଡା ଗ୍ରାମର ଯାତ୍ରୀମାନେ ଥିଲେ। କିଛି ଯାତ୍ରୀ କଟକ ମେଡିକାଲ ଯାଉଥିଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

Comments are closed.